ବିଦ୍ୟୁତ ଆଘାତରେ ଚାରି ହାତୀଙ୍କ ମୃତ୍ୟୁ | News Room Odisha

ବିଦ୍ୟୁତ ଆଘାତରେ ଚାରି ହାତୀଙ୍କ ମୃତ୍ୟୁ

ରାୟଗଡ଼ା – ଆନ୍ଧ୍ର-ଓଡିଶା ସୀମାନ୍ତରେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ୪ଟି ହାତୀ । କାଟ୍ରାଗାଡା ଅଞ୍ଚଳରେ ଏହି ଘଟଣା ଘଟିଛି । ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡି ରହିଛି । ସୂଚନା ଅନୁସାରେ ୬ ଟିକିଆ ହାତୀପଲ ଗୁଣପୁରରେ ଆତଙ୍କ ଖେଳାଇଥିଲେ । ପରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଆନ୍ଧ୍ର ମୁହାଁ ହୋଇ କାଟ୍ରାଗଡା ଗାଁ ଆଡକୁ ଯାଇଥିଲେ। କିଟିମିଟି ଅନ୍ଧାରରେ ଏହି ହାତୀପଲ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଗୁରୁତର ଆହତ ହୋଇଥିଲେ। ଆହତ ହାତୀମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡ଼ିଛି। ଏହି ଗୁରୁତର ୨ଟି ହାତୀଙ୍କର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ବନ ବିଭାଗ ଟିମ୍ ଜଙ୍ଗଲକୁ ଯାଇ ଏହି ୨ଟି ଅସୁସ୍ଥ ହାତୀଙ୍କୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ଯୋଜନା କରୁଛନ୍ତି।