ଲାଞ୍ଚ ମାମଲାରେ ଅନୁଗୁଳ ତହସିଲ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣୀଙ୍କୁ ଜେଲ୍ ଦଣ୍ଡାଦେଶ | News Room Odisha

ଲାଞ୍ଚ ମାମଲାରେ ଅନୁଗୁଳ ତହସିଲ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣୀଙ୍କୁ ଜେଲ୍ ଦଣ୍ଡାଦେଶ

ଅନୁଗୁଳ – ଏକ ଲାଞ୍ଚ ମାମଲାରେ ଅନୁଗୁଳ ତହସିଲ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳଙ୍କୁ ୩ ବର୍ଷ କାରା ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପଙ୍କଜିନୀଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ।

ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ମାମଲାରେ ଫାଇଲ ପ୍ରସେସିଂ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ମାମଲାର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ପଙ୍କଜିନୀ ଏବେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଅଛନ୍ତି।