ଡ୍ୟୁଟି ବେଳେ ଟ୍ରେନ୍‌ରେ କଟି କନେଷ୍ଟବଳଙ୍କ ମୃତ୍ୟୁ, ଦିଆଗଲା ଗାର୍ଡ ଅଫ୍ ଅନର | News Room Odisha

ଡ୍ୟୁଟି ବେଳେ ଟ୍ରେନ୍‌ରେ କଟି କନେଷ୍ଟବଳଙ୍କ ମୃତ୍ୟୁ, ଦିଆଗଲା ଗାର୍ଡ ଅଫ୍ ଅନର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କନ୍ଦାଗାଡ଼ ଗ୍ରାମର ରେଳବାଇ ପୋଲିସ କନେଷ୍ଟବଳ ଡ୍ୟୁଟିରେ ଥିବାବେଳେ ଟ୍ରେନରେ କଟି ମୃତ୍ୟୁ ଘଟିଥିଲା । ଯବାନଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ସୂଚନାଯୋଗ୍ୟ ଯେ , ସରୋଜ ନାଏକ ସମ୍ବଲପୁରରେ ରେଳବାଇ ପୋଲିସ ଚାକିରୀ କରୁଥିଲେ । ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ତାଙ୍କର ଡ୍ୟୁଟି ରହିଥିଲା କ୍ଷତରାଜପୁର ରେଳ ଷ୍ଟେସନର ୱାସିଂ ଲାଇନରେ ଡ୍ୟୁଟିରେ ଥିବାବେଳେ ଏହି ଘଟଣା ଘଟିଥିବା ସହ କର୍ମଚାରୀମାନେ ପ୍ରକାଶ କରିଥିଲେ । ସେ ଅନେକ ସମୟ ଦେଖା ନଦେବାରୁ ତାଙ୍କୁ ଫୋନ୍ କରାଯାଇଥିଲା ଫୋନ୍ ନଉଠାଇବାରୁ ଖୋଜାଖୋଜି କରିବା ପରେ ରେଳ ଧାରଣାରେ ଟ୍ରେନରେ କଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ଜିଆରପି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ସେଠାରେ ବ୍ୟବଚ୍ଛେଦ ପରେ ଗାଁରେ ମୃତଦେହ ପହଞ୍ଚିଥିଲା ।

ଗାଁରେ ଏକ ଶୋକାକୁଳ ପେରିବେଶ ସୃଷ୍ଟି ହୋଇଥିଲା । ବୃଦ୍ଧ ବାପା , ମା ‘ , ସ୍ତ୍ରୀ ଓ ୭ ବର୍ଷର ଏକମାତ୍ର ପୁଅ ଉପସ୍ଥିତ ଥିଲା । ମୃତ୍ୟୁକୁ କେହି ବିଶ୍ବାସ କରିପାରୁନଥିଲେ । ଗାଁ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିବା ବେଳେ ପୁଅ ଈଶାନ ମୁଖାଗ୍ନି ଦେଇଥିଲା । ସମ୍ବଲପୁର ଆରପିଏଫ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦେଇ ମୃତଦେହରେ ଜାତୀୟ ପତାକା ଘୋଡାଇ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ।