ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ | News Room Odisha

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ଝାରସୁଗୁଡ଼ା – ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଛି । କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ପ୍ରାରମ୍ଭିକ ଧାରା ଅନୁସାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ଅଛନ୍ତି। ଆଜି ମଧ୍ୟାହ୍ନ ବେଳକୁ ସ୍ପଷ୍ଟ ଚିତ୍ର ଆସିଥିବା ସମ୍ଭାବନା ରହିଛି। ପ୍ରଥମ ରାଉଣ୍ଡ ଗଣତି ଶେଷରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୫ ହଜାର ୯୪୪ଟି ଭୋଟ୍ ପାଇଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠୀ ୩ ହଜାର ୨୩୮ ଓ କଂଗ୍ରେସର ତରୁଣ ପାଣ୍ଡେ ୧୨୩ଟି ଭୋଟ ପାଇଛନ୍ତି । ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଗତ ୧୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଏଥର ମତଦାନ ହାର ୭୯ ଦଶମିକ ୨୧ ପ୍ରତିଶତ ରହିଥିଲା ।