ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳି ମାରି ହତ୍ୟା  | News Room Odisha

ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳି ମାରି ହତ୍ୟା 

ରାୟଗଡ଼ା – ରାୟଗଡ଼ା ଜିଲ୍ଲା ଗୁଣପୁରରେ ଚାଞ୍ଚଲ୍ୟ । ଏକ ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା କରାଯାଇଛି।ତାଙ ନାଁ ଗୌରୀ ମିଶ୍ର । ଶନିବାର ରାତିରେ ତାଙ୍କୁ ହତ୍ୟା କରାଯାଇଛି । ବଂଶଧାରା ପୋଲ ଉପରେ ବାଇକ୍ ସହିତ ସେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୁହଁରେ ଗୁଳି ବାଜିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁଣପୁର ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୌରୀ ଆଶା ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ନିର୍ଦ୍ଦେଶକ ଥିଲେ । କିଏ ଓ କାହିଁକି ତାକୁ ହତ୍ୟା କଲା, ତାହା ଜଣାପଡ଼ିନାହିଁ।