ଷଷ୍ଠତମ "ତିହାର ଲୋକମହୋତ୍ସବ -୨୦୨୩" ଉଦଘାଟିତ | News Room Odisha

ଷଷ୍ଠତମ “ତିହାର ଲୋକମହୋତ୍ସବ -୨୦୨୩” ଉଦଘାଟିତ

ବୌଦ୍ଧ: କଣ୍ଟାମାଲ ବ୍ଲକ ଶିମିଳିପଦର ପଞ୍ଚାୟତ ର ଶିମିଳିପଦର-ପତ୍ରାପାଲି ଗାଁ ର ଶଙ୍ଖନାଦ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ତିହାର ମହୋତ୍ସବ-୨୦୨୩ ଆଜି ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଚଳଚ୍ଚିତ୍ର ଅଭିନେତା ତଥା ଅଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର, ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜେପି ଯୁବମୋର୍ଚା ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଘିକୁଣ୍ଡି ସରପଞ୍ଚ ସମରେନ୍ଦ୍ର ପ୍ରଧାନ, ସ୍ଥାନୀୟ ସରପଞ୍ଚ ସାରଦୁଲ ନାଗ,ଅଧ୍ୟାପକ ସୌରଭ ରଞ୍ଜନ ଖମାରି, ଜ଼ିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଅନିଲ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l ପରେ ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା l ନରେନ୍ଦ୍ର କୁମାର ଖେତୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟ ସ୍ତରରେ ନିଜର ନୃତ୍ୟ ପାଇଁ ଚର୍ଚ୍ଚିତ କଳାକାର ସୁମିରନ ପାଢ଼ୀଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିବାବେଳେ , ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦତ୍ତ ମା ସରସ୍ବତୀ ସାଂସ୍କୃତିକ କଳା ବିକାଶ କେନ୍ଦ୍ର ସାଲେପାଲି, ବରଗଡ ର କଳାକାର ମାନଙ୍କ ଦ୍ୱାରା ପଂଚରଶି ନୃତ୍ୟ ,ନଟରାଜ କଲା ପରିଷଦ ବଲାଙ୍ଗୀର ର କଳାକାର ମାନଙ୍କ ଦ୍ୱାରା ଡାଲଖାଇ,ଫଗୁନପୁନି ଏବଂ ବଉଲି କଳା ପରିଷଦ ବରପଦର ,ବୌଦ୍ଧ ର କଳାକାର ମାନଙ୍କ ଦ୍ୱାରା ଦୁଲାବିହା ନୃତ୍ୟ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା l ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଲୋକମହୋତ୍ସବ ର ପ୍ରଥମ ଦିନରେ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା l