ବିଧାୟକ ଭାବେ ଶପଥ ନେଲେ ଦୀପାଳି ଦାସ | News Room Odisha

ବିଧାୟକ ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ବର – ଝାରସୁଗୁଡ଼ାରୁ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ବିଧାନସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ ଦୀପାଳିଙ୍କୁ ଶପଥ ପାଠ କରାଇଛନ୍ତି। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି ଦୀପାଳି। ଏହି ଅବସରରେ କେତେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ଦୀପାଳି କହିଛନ୍ତି, ସେ ଝାରସୁଗୁଡ଼ାବାସୀଙ୍କ ସେବା କରିବେ। ବାପାଙ୍କ ଅଧୁରା ସ୍ବପ୍ନ ପୂରଣ ଦିଗରେ କାମ କରିବେ ବୋଲି କହିଛନ୍ତି ଦୀପାଳି।

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ହଜାର ୭୨୧ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ ।