ଅସହ୍ୟ ଗରମ ଓ ଗୁଳୁଗୁଳି: ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର | News Room Odisha

ଅସହ୍ୟ ଗରମ ଓ ଗୁଳୁଗୁଳି: ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର – ସାରା ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଜାରି ରହିଛି । ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ଆଜି ଅପରାହ୍ନ ଦିନ ୨ଟା ୩୦ମିନିଟ ସୁଦ୍ଧା ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା ବେଳେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୩.୪ ଓ ହୀରାକୁଦରେ ପାରା ୪୧.୬ ଡିଗ୍ରୀ ଛୁଇଁଛି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସ୍ୱାଭାବିକ ପାଣିପାଗ ପରିସ୍ଥିତି ରହିଛି। ଉତ୍ତର ବିହାରରୁ ମଧ୍ୟ ଛତିଶଗଡ଼ ପର୍ଯ୍ୟନ୍ତ ଗୋଟେ ଟ୍ରପ ଲାଇନ ରହିଛି। ତା ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଦକ୍ଷିଣଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ହେବ। ବର୍ଷା ହେଲେ ଗୁଳୁଗୁଳିରୁ ନିସ୍ତାର ମିଳିବ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା କାରଣରୁ ଦିନ ତମାମ ଅଧିକ ଗୁଳୁଗୁଳି ହେଉଛି । କିଛି ଜିଲ୍ଲାରେ ଦିନ ତାପମାତ୍ରା ଅଧିକ ବୃଦ୍ଧି ନହେଲେ ବି ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି।