ଗୀତା ଉପଦେଶ: ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ | News Room Odisha

ଗୀତା ଉପଦେଶ: ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ

ଗୀତା ଉପଦେଶ: ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ

ଶ୍ରୀ ଭଗବାନ ଅର୍ଜୁନ ଙ୍କୁ ବ୍ରହ୍ମ କାହାକୁ କୁହା ଯାଏ ବୁଝାଇ କହୁଛନ୍ତି

ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଽଧ୍ୟାତ୍ମମୁଚ୍ୟତେ ।
ଭୂତଭାବୋଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ ।।୩।।

ଅର୍ଥାତ୍: ଶ୍ରୀକୃଷ୍ଣ କହୁଛନ୍ତି ଯେ ପରାତ୍ପର ତତ୍ତ୍ୱକୁ ବ୍ରହ୍ମ କୁହାଯାଏ । (ବେଦରେ ଉଲ୍ଲେଖଥିବା ଭଗବାନଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ନାମ ବ୍ରହ୍ମ ଅଟେ) । ଏହା ସୀମାତୀତ, କାଳାତୀତ ଏବଂ ‘କାରଣ-କାର୍ଯ୍ୟ’ର ଚକ୍ରର ଅତୀତ ଅଟେ । ଏସବୁ ଭୌତିକ ଜଗତର ଲକ୍ଷଣ ଅଟେ, ଅଥଚ ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ । ବିଶ୍ୱ ବ୍ରହ୍ମାଣ୍ଡର ପରିବର୍ତ୍ତନରେ ସେ ପ୍ରଭାବିତ ହୁଅନ୍ତି ନାହିଁ; ସେ ଅବିନଶ୍ୱର ଅଟନ୍ତି । ତେଣୁ ତାଙ୍କୁ ‘ଅକ୍ଷରଂ’ ଭାବରେ ବର୍ଣ୍ଣନା କରାଯାଇଅଛି ।