ଅତିରିକ୍ତ ସିଭିଲ ସପ୍ଲାଏ ଅଫିସରଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ | News Room Odisha

ଅତିରିକ୍ତ ସିଭିଲ ସପ୍ଲାଏ ଅଫିସରଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଏ ଅଫିସର ସଞ୍ଜୟ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଅତିରିକ୍ତ
ସିଏସଓଙ୍କ ଘର ଓ ଅଫିସରେ ଚଢ଼ାଉ କରାଯାଇଛି ।
ଭୁବନେଶ୍ୱରରେ ୪ଟି ଘର, ଭଞ୍ଜନଗର ସ୍ଥିତ ଅଫିସ ଓ ଭଡ଼ା ଘରେ ରେଡ୍‌ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ଥିବା ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ ।

ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଥିଲେ ସଞ୍ଜୟ ସାହୁ ।