ଲାଞ୍ଚୁଆ ବିଏସଏସଓଙ୍କୁ ଧରିଲା ଭିଜିଲାନ୍ସ | News Room Odisha

ଲାଞ୍ଚୁଆ ବିଏସଏସଓଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର – ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବ୍ଲକ୍ ସୋସିଆଲ ସିକ୍ୟୁରିଟି ଅଫିସର – ବିଏସଏସଓ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବିଏସଏସଓ ଅରୁଣ କୁମାର ନାୟକ ମଧୁବାବୁ ପେନସନ ଯୋଜନା ସଂପର୍କିତ କାଗଜପତ୍ର ମାମଲାରେ ଅଭିଯୋଗକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଗ୍ରହଣ କରୁଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ବିଏସଏସଓଙ୍କ ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଆହୁରି ଅଧିକ ତଦନ୍ତ ଜାରି ରହିଛି।