ଆଜିଠୁ ପୁରୀ -ହାୱଡା ବନ୍ଦେ ଭାରତ ଟ୍ରେନର ଚଳାଚଳ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ  | News Room Odisha

ଆଜିଠୁ ପୁରୀ -ହାୱଡା ବନ୍ଦେ ଭାରତ ଟ୍ରେନର ଚଳାଚଳ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଆଜିଠୁ ପୁରୀ-ହାୱଡା ବନ୍ଦେ ଭାରତ ସେମି ହାଇସ୍ପିଡ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। କେବଳ ଗୁରୁବାର ଛାଡି ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହର ଅନ୍ୟ ଦିନରେ ଚାଲିବ।

ପୁରୀରୁ ଏହି ଟ୍ରେନ୍ ଦିନ ୧ଟା ୫୦ରେ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ।

ଆଜି ପୁରୀ ଓ କଟକ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।