ସମ୍ବଲପୁର: ଆଜି ଦିବା ୯ଟା ସମୟରେ ଓଡିଶା ସାଂସ୍କୃତିକ ସମାଜର ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ପରିବେଶ ଦିବସ ଉପଲକ୍ଷେ ଏକ ବତ୍କୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସାଂସ୍କୃତିକ ସମାଜର ବରିଷ୍ଠ ସଦସ୍ୟ ଅରବିନ୍ଦ ମହାପାତ୍ର ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିବା ବେଳେ ସଭାପତି ଅଶୋକ କୁମାର ମିଶ୍ରଙ୍କ ଉପସ୍ଥିତିରେ ସମ୍ପାଦକ ଡ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଦୁଇଟି ବର୍ଗରେ ହୋଇଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁରର ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ତେଇଶ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ କନିଷ୍ଠ ବର୍ଗରେ ବିକାଶ କନସେପ୍ଟ ସ୍କୁଲର ଅନନ୍ୟା ପତି,ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ଆଦିତ୍ୟ କୁମାର ସାହୁ,ସେଭେନ ହିଲ୍ସ ରେସିଡେନସିଆଲ ସ୍କୁଲର ମୃଣ୍ମୟୀ ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ବାଲିବନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟର ସୀମା ଖାତୁନ,ବିକାଶ ଦି କନସେପ୍ଟ ସ୍କୁଲର ଆକାଂକ୍ଷା ବେହେରା ଏବଂ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଶ୍ରଦ୍ଧା ସ୍ମିତାପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଡ. ଗୌରିଦାସ ପ୍ରଧାନ,ଡ. ଗୋବିନ୍ଦ ମହାରଣା,ଶାନ୍ତିଲତା ଦାଶ,ଡ. ସତ୍ୟନାରାୟଣ ଠାକୁର,ପ୍ରଶାନ୍ତ ପାଟଯୋଶୀ ପ୍ରମୁଖ ପ୍ରତିଯୋଗିତାରେ ବିଚାରକ ଦାୟିତ୍ତ୍ୱ ତୁଲାଇଥିବା ବେଳେ ଦିନବନ୍ଧୁ ପଣ୍ଡା,ଶିବ ନାରାୟଣ ପାଣିଗ୍ରାହୀ,ପ୍ରଫୁଲ୍ଲ ହୋତା,ଲଲିତ ମୋହନ ବେବର୍ତ୍ତା,ସୂର୍ଯ୍ୟ ପାଣିଗ୍ରାହୀ,ଡ. ପରେଶ ଦାନୀ ପ୍ରମୁଖ ସଦସ୍ୟ ପ୍ରତିଯୋଗିତାରେ ସହଯୋଗ କରିଥିଲେ।ଶେଷରେ ପରିବେଶ ଉପସମିତିର ଆବାହକ ଦିଲୀପ କୁମାର ବଘାର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଆସନ୍ତା ଜୁନ୍ ମାସ ୫ ତାରିଖ ଦିନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ପରିବେଶ ଦିବସ ଉତ୍ସବରେ ଏହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।