ସରକାରୀ ବସ ଉପରକୁ ଗୁଳିମାଡ | News Room Odisha

ସରକାରୀ ବସ ଉପରକୁ ଗୁଳିମାଡ

କୋରାପୁଟ – ସରକାରୀ ଯାତ୍ରୀବାହୀ ବସ୍ ଉପରକୁ ଗୁଳିମାଡ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଏକ ସରକାରୀ ବସ୍ ଉପରକୁ ଗତରାତିରେ ଗୁଳିମାଡ଼ ହୋଇଛି। ଏଥିରେ କେହି ଆହତ ହୋଇନାହାନ୍ତି । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏସି ଡିଲକ୍ସ ବସ୍‌ଟି ମାଲକାନଗିରି ଜିଲ୍ଲା ବାଲିମେଳାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବୈପାରୀଗୁଡ଼ା ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହା ଉପରକୁ ଗୁଳି ମାଡ଼ ହୋଇଥିଲା। ଗୁଳିମାଡର ବସ୍‌ରେ ଝରକାରେ ଛିଦ୍ର ହୋଇଥିଲା। ଗୁଳିମାଡ ବୋଲି ଜଣାପଡ଼ିଲା ପରେ ଏ ନେଇ ବୈପାରୀଗୁଡ଼ା ପୋଲିସକୁ ଖବର ଦିଆଯାଇଥିଲା।

କିଏ ଓ କାହିଁକି ବସ୍ ଉପରକୁ ଗୁଳି ଚଳାଇଲା, ତାହା ଜଣାପଡ଼ି ନାହିଁ।