ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ : ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଇଶିତା କିଶୋରୀ ଟପ୍ପର  | News Room Odisha

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ : ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଇଶିତା କିଶୋରୀ ଟପ୍ପର 

ନୂଆଦିଲ୍ଲୀ – ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି । ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଈଶିତା କି‌ଶୋରୀ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଏନ୍ . ଉମା ହରାତି ଅଛନ୍ତି । ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି। ଏହି ସୂଚୀରେ ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

ଅଲ ଇଣ୍ଡିଆ ଟପ୍ପର ଇଶିତା କିଶୋରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ ଅଫ୍ କମର୍ସର ଅର୍ଥ ନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

କୃତକାର୍ଯ୍ୟ ମୋଟ ୯୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୫ ଜଣ ସାଧାରଣ , ୯୯ ଜଣ ଇଡବ୍ଲୁଏସ, ୨୬୩ ଜଣ ଓବିସି, ୧୫୪ ପରୀକ୍ଷାର୍ଥୀ ଏସସି ଏବଂ ୭୨ପରୀକ୍ଷାର୍ଥୀ ଏସଟି ବର୍ଗର। ଏହା ସହ ୧୭୮ପ୍ରାର୍ଥୀଙ୍କ ଏକ ରିଜର୍ଭ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।