ଦୁଇ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ | News Room Odisha

ଦୁଇ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି – ମାଲକାନଗିରି ଜିଲ୍ଲା ବଡପଦର ପଞ୍ଚାୟତର ସାଙ୍ଗ ମାଗୁଡା ଜଙ୍ଗଲରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ଦୁଇ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି। ମାତ୍ର ଏଥିରେ ସଂପୃକ୍ତ ଅଭିଯୁକ୍ତମାନେ ଅନ୍ଧକାରର ସୁଯୋଗ ନେଇ ଚମ୍ପଟ ମାରିଛନ୍ତି। ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି ପୋଲିସ । ଗତରାତିରେ ମାଫିଆମାନେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚିତ୍ରକୋଣ୍ଡା ଥାନା ପୋଲିସ୍ ଚଢ଼ଉ କରିଥିଲା। ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏକ ଟିମ୍‌ ସେହି ଜଙ୍ଗଲରେ ଚଢ଼ଉ କରିଥିଲା। ପୋଲିସ ୮୫ଟି ବସ୍ତା ଗଞ୍ଜେଇ ଜବତ କରିଥିଲା। ଏଥିରେ ୨ ଟନ୍‌ ୧୫୨ କେଜି ଗଂଜେଇ ରହିଥିଲା, ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।