ପଶ୍ଚିମରେ ଗରମ ଓ ଉପକୂଳରେ ଗୁଳୁଗୁଳି; ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର | News Room Odisha

ପଶ୍ଚିମରେ ଗରମ ଓ ଉପକୂଳରେ ଗୁଳୁଗୁଳି; ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର – ଅସହ୍ୟ ଗରମ ଓ ଗୁଳୁଗୁଳିରେ ବ୍ୟତିବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ପଶ୍ଚିମରେ ପ୍ରବଳ ତାତି କଲବଲ କରୁଥିବା ବେଳେ ଉପକୂଳ ଓ ଅଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ଥିଲା ୪୩ ଡିଗ୍ରୀ ସେଲସିୟସ ।

ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା

ସମ୍ବଲପୁର: ୪୩ ଡ଼ିଗ୍ରୀ
ହୀରାକୁଦ: ୪୧.୮ ଡ଼ିଗ୍ରୀ
ଝାରସୁଗୁଡା: ୪୧.୬ ଡ଼ିଗ୍ରୀ
ଭୁବନେଶ୍ୱର: ୩୭.୮ ଡ଼ିଗ୍ରୀ
ଚାନ୍ଦବାଲି: ୩୬.୮ ଡ଼ିଗ୍ରୀ
ବାଲେଶ୍ୱର: ୩୪.୨ ଡ଼ିଗ୍ରୀ
ପୁରୀ: ୩୩.୮ ଡ଼ିଗ୍ରୀ
ଗୋପାଳପୁର: ୩୩.୬ ଡ଼ିଗ୍ରୀ
ପାରାଦୀପ: ୩୩.୨ ଡ଼ିଗ୍ରୀ
କେନ୍ଦୁଝର: ୨୯ ଡ଼ିଗ୍ରୀ