ଜୁନ ୪ ତାରିଖ ଯାଏଁ ରାଜ୍ୟରେ କାଳବୖଶାଖୀ ବର୍ଷା | News Room Odisha

ଜୁନ ୪ ତାରିଖ ଯାଏଁ ରାଜ୍ୟରେ କାଳବୖଶାଖୀ ବର୍ଷା

ଭୁବନେଶ୍ୱର – ଜୁନ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ରହିବ କାଳବୖଶାଖୀ ବର୍ଷା । ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଖରାବର୍ଷାର ଲୁଚକାଳି ଜାରି ରହିଛି। ଆଜି ୨୦ଟି ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଥିବା ବେଳେ ୧ ଏବଂ ୨ ତାରିଖରେ ୮ଟି ଜିଲ୍ଲା, ୩ ତାରିଖରେ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ପଶ୍ଚିମ ଓଡ଼ିଶାକୁ ଛାଡିଦେଲେ ବାକି ସବୁ ଜିଲ୍ଲାରେ ତାପମାତ୍ରା କମିଛି। କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ମାତ୍ରାରେ ଜଳୀୟବାଷ୍ପ ପାଇଁ ଆର୍ଦ୍ରତା ୭୫ରୁ ୮୦ପ୍ରତିଶତ ରହୁଛି। ଫଳରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳ ଓଡ଼ିଶାବାସୀ।