ଫୁଲବାଣୀରେ ଚାଞ୍ଚଲ୍ୟ, ପାଣି ଟାଙ୍କିରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ | News Room Odisha

ଫୁଲବାଣୀରେ ଚାଞ୍ଚଲ୍ୟ, ପାଣି ଟାଙ୍କିରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ଫୁଲବାଣୀ – ପାଣି ଟାଙ୍କିରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତ ଦେହ । ନାବାଳିକା ଛାତ୍ରୀ ଜଣକ କିଛି ଦିନ ହେବ ନିଖୋଜ ଥିଲେ । ସ୍ଥାନୀୟ ନାରାୟଣୀ ସାହି ରୋଡ୍ ରିଗୁଡି ସାହିରେ ଜଣେ ଲୋକଙ୍କ ଘରେ ଥିବା ପାଣି ଟାଙ୍କିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଏହା ସୁପରିକଳ୍ପିତ ହତ୍ୟା ନା ଦୁର୍ଘଟଣା, ତାହା ସ୍ପଷ୍ଟ ହୋଇନି। ନାବାଳିକାଙ୍କ ମୃତଦେହ ଉଦ୍ଧାର ହେଲା ପରେ ଚାପା ଉତ୍ତେଜନା ଦେଖାଦେଇଛି। ଟାଉନ ପୋଲିସ ସାଇନଟିଫିକ ଟିମ୍ ସହିତ ପହଞ୍ଚି ତଦନ୍ତ କରୁଛି।