ଲାଞ୍ଚ ନେବାବେଳେ ଧରାପଡିଲେ ଡିଏଫଓ ଅଫିସର କିରାଣୀ | News Room Odisha

ଲାଞ୍ଚ ନେବାବେଳେ ଧରାପଡିଲେ ଡିଏଫଓ ଅଫିସର କିରାଣୀ

ନୂଆପଡ଼ା – ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ କର୍ମଚାରୀ । ଖଡ଼ିଆଳ ଡିଏଫଓ ଅଫିସର ସିନିଅର ଆସିଷ୍ଟାଣ୍ଟ ସଞ୍ଜୟ କୁମାର ବାଗ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ପେନସନ କାଗଜପତ୍ର କରାଇଦେବା ପାଇଁ ସେ ଲାଞ୍ଚ ଦାବି କରିଥିଲେ।

ବାଗଙ୍କ ଘର ଓ ଅନ୍ୟ ଏକ ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ ହୋଇଛି । ଏନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି।