ବଡ଼ ଆର୍ଜିପଲ୍ଲୀ ସମୁଦ୍ରରେ ବୁଡ଼ି ଯୁବତୀ ମୃତ, ଜଣେ ନିଖୋଜ | News Room Odisha

ବଡ଼ ଆର୍ଜିପଲ୍ଲୀ ସମୁଦ୍ରରେ ବୁଡ଼ି ଯୁବତୀ ମୃତ, ଜଣେ ନିଖୋଜ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ବଡ଼ ଆର୍ଜିପଲ୍ଲୀ ଗାଁରେ ଗୁରୁବାର ସକାଳୁ ଅଘଟଣ ଘଟିଯାଇଛି। ସକାଳୁ ଗାଁ ପାଖ ସମୁଦ୍ରକୁ କିଛି ଝିଅ ମିଶି ଗାଧୋଇବାକୁ ଯାଇଥିଲା ବେଳେ ଦୁଇ ଜଣ ଝିଅ ବୁଡ଼ି ଯାଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ସ୍ୱପ୍ନାରାଣୀ ପଣ୍ଡିତ (୨୦) ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ତାଙ୍କ ସହ ଥିବା ଆଉ ଜଣେ ଝିଅ ସମୁଦ୍ର ପାଣିରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ମିଳି ପାରିନାହିଁ। ସମୁଦ୍ର ପାଣିରେ ବୁଡ଼ି ଯାଇଥିବା ସ୍ବପ୍ନାଙ୍କୁ ପରିବାର ଲୋକ ସମୁଦ୍ର ମଧ୍ୟରୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟ ଅଞ୍ଚଳରେ ସ୍ୱପ୍ନାଙ୍କ ବାପା ପ୍ରେମାନନ୍ଦ ପଣ୍ଡିତଙ୍କ ଘର। ଦୁହେଁ ସପରିବାର ବଡ଼ ଆର୍ଜିପଲ୍ଲୀ ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ।