ଗଞ୍ଜେଇ ଜବତ ୩ ଗିରଫ | News Room Odisha

ଗଞ୍ଜେଇ ଜବତ ୩ ଗିରଫ

ବରବଡ଼: ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ବରଗଡ଼ ଅବକାରୀ ଅଧିକ୍ଷକ ଶୋଭନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଇନ୍ସପେକ୍ଟର ଓ ଅବକାରୀ ଥାନା ସବ୍‌ ଇନ୍ସପେକ୍ଟର ସିଦ୍ଧାନ୍ତ ପାତ୍ରଙ୍କ ନେତୃତ୍ୱରେ ପାଇକମାଳ ନିକଟରେ ଥିବା ସାଲେପଲି ଗ୍ରାମର ବୃନ୍ଦାବନ ନାୟକଙ୍କ ଘରେ ଚଢ଼ାଉ କରି ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।

ସେହିପରି ବରଗଡ଼ ମୋବାଇଲ ୟୁନିଟରେ ଚଢ଼ାଉ କରି ସାଲେପାଲି ଗ୍ରାମରୁ ତାରାଚାନ୍ଦ ସାହୁ ଓ ଦୁର୍ଯୋଧନ ସେଠଙ୍କ ନିକଟରୁ ୨ କେଜି ଗଞ୍ଜେଇ ସହିତ ଚୋରା ଚାଲାଣରେ ବ୍ୟବହାର କରାଯାଉଥିବା ଏକ ବାଇକ୍‌ (ନଂ.ଓଡି୧୭ଜେଡ-୬୯୮୪ ) ଜବତ କରାଯାଇଛି ।