ଓଜେଇଇ ଫଳ ପ୍ରକାଶ : ବି.ଫାର୍ମାରେ ସୌରଭ ପତି ଟପ୍ପର | News Room Odisha

ଓଜେଇଇ ଫଳ ପ୍ରକାଶ : ବି.ଫାର୍ମାରେ ସୌରଭ ପତି ଟପ୍ପର

ଭୁବନେଶ୍ୱର- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -ଓଜେଇଇ ଫଳ ପ୍ରକାଶ ପାଇଛି। ଦିନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଓଜେଇଇ-୨୦୨୩ ରେଜଲ୍ଟ www.ojee.nic.inରେ ଉପଲବ୍ଧ ହୋଇଛି ।

ଏଥର ୪୮ ହଜାର ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ ୪୮ ହଜାର ୭୮୩ ଜଣ ରାଙ୍କ ପାଇଛନ୍ତି। ଏମାନେ ୨୩ଟି ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଏଥର ବି-ଫାର୍ମାରେ ସୌରଭ କୁମାର ପତି, ଏମ- ଫାର୍ମାରେ ରଶ୍ମୀରଂଜନ ପାଣିଗ୍ରାହୀ, ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ, ସିଭିଲ ଇଂଜିନିୟରିଂରେ ସୁବାସ ପୃଷ୍ଟି, ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସତ୍ୟଜିତ ମହାନ୍ତି,ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବ୍ୟୋମକେଶ କାମିଲା, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଓ କେମିକାଲ ଇଂଜିନିୟରିଂରେ ସଂଗ୍ରାମ ପାତ୍ର ଟପ୍ପର ହୋଇଛନ୍ତି ଯେଉଁମାନେ ଉପଯୁକ୍ତ ରାଙ୍କ ପାଇ ନଥିବେ, ସେମାନେ ଚାହିଁଲେ ସ୍ପେଶାଲ୍ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -ଓଜେଇଇରେ ପୁଣି ଆବେଦନ କରିପାରିବେ। ଏହାସହ ଆସନ୍ତା ୨୬ରୁ ୩୦ ମଧ୍ୟରେ ସ୍ପେଶାଲ ଓଜେଇଇ ହେବ ।