ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ରାମହି ଲଖନୁ ବିଲୋକତ କୈସେଂ ।
ସସିହି ଚକୋର କିସୋରକୁ ଜୈସେଂ ॥
ସତାନଂଦ ତବ ଆୟସୁ ଦୀହ୍ନା ।
ସୀତାଁ ଗମନୁ ରାମ ପହିଂ କୀହ୍ନା ॥

ଭାବାର୍ଥ :- ଯେପରି ଚନ୍ଦ୍ରମାକୁ ଚକୋର ପକ୍ଷୀଙ୍କ ଶାବକ ଚାହିଁଥାନ୍ତି,ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସେହିପରି ସାନଭାଇ ଲକ୍ଷ୍ମଣ ଅପଲକ ନୟନରେ ଚାହିଁଥାନ୍ତି । ଏହି ସମୟରେ ମହାରାଜା ଜନକଙ୍କ କୁଳଗୁରୁ ମହର୍ଷି ଗୌତମଙ୍କ ପୁତ୍ର ଶତାନନ୍ଦ ମାତା ସୀତାଙ୍କୁ ଆଜ୍ଞା ଦେବାରେ ମାତା ସୀତା ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଗଲେ ।