ମହିଳା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ବରଗଡ ସମ୍ବିଧାନ ସୁରକ୍ଷା ମଂଚ | News Room Odisha

ମହିଳା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ବରଗଡ ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼: ଦିଲ୍ଲୀର ଯନ୍ତରମନ୍ତରରେ ନ୍ୟାୟ ପାଇଁ ଚାଲିଥିବା ମହିଳା କୁସ୍ତି ଯୋଦ୍ଧାଙ୍କ ଧାରଣାକୁ ସମର୍ଥନ ଜଣାଇଛି ବରଗଡ଼ର ସମ୍ବିଧାନ ସୁରକ୍ଷା ମଞ୍ଚ ।

ଆଜି ସ୍ଥାନୀୟ ଗାନ୍ଧୀ ଛକ ଠାରେ ମହିଳା କୁସ୍ତି ଖେଳାଳିଙ୍କୁ ନ୍ୟାୟ ଦାବିରେ ଏକ ଧାରଣା ଦେଇଛି ସମ୍ବିଧାନ ସୁରକ୍ଷା ମଂଚ । ମହିଳା ଖେଳାଳି ମାନଙ୍କ ସହ ଶାରୀରିକ ଓ ମାନସିକ ଅତ୍ୟାଚାର ହୋଇଥିବା ଅଭିଯୋଗ ହେଲା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନାହିଁ ବରଂ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ କରିଛନ୍ତି ଖେଳାଳି ମାନେ । ଏହି ପ୍ରସଙ୍ଗରେ ମହିଳା ଖେଳାଳି ମାନଙ୍କୁ ସମର୍ଥନ ଜଣାଇଛି ସମ୍ବିଧାନ ସୁରକ୍ଷା ମଂଚ । ଆବାହକ ପବିତ୍ର ଦେହେରି, ଚାଷୀ ନେତା ରମେଶ ମହାପାତ୍ର, ଆପ୍ ନେତା ଭବାନୀ ସାହୁ କେନ୍ଦ୍ର ସରକାର, ପୋଲିସ ବିରୋଧରେ ମନ୍ତଵ୍ୟ ଦେଇ ତୁରନ୍ତ ଅଭିଯୁକ୍ତ ସାଂସଦଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ମରିୟମ ବାର୍ଳା, ସମିତି ସଭ୍ୟ ଶକୁନ୍ତଳା ସୁନା, ଗୋଲାପୀ ସୁନା, ବାସମତି ବଂଛୋର, ମମତା ବେହେରା, ସମାଜ ସେବୀ ଶିବାନନ୍ଦ ମଟାରି, ଯୁବ ନେତା ଅବିନାଶ ବାଗ, ଆଶିଷ ସୁନା, ପଞ୍ଚାନନ ନାଏକ, ଗୁରୁପ୍ରୀତ ସିଂ , ରାଜ୍ କୁମାର ବନଛୋର, ସାରଥୀ ମେହେର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।