ଝରଣାରେ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ | News Room Odisha

ଝରଣାରେ ଗାଧୋଇବାକୁ ଯାଇ ବୁଡିଗଲେ ଯୁବକ

ବରଗଡ଼: ପାଇକମାଳ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଝରଣାରେ ଗାଧୋଇବା ପାଇଁ ଶନିବାର କେତେକ ଯୁବକ ଭୀମଧାରରେ ପହଞ୍ଚି ଗାଧୋଉ ଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ, ଚକୁଳି ଫାର୍ମ ଅଞ୍ଚଳର ଶ୍ରୀରାମ ବାସନ ସେଠି (୧୮) । ସେ ପାଣିରେ ବୁଡି ରହିଥିବା ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ତାଙ୍କ କିଛି ସାଙ୍ଗଙ୍କ ସହିତ ନୃସିଂହନାଥ ଆସିଥିଲେ। ସେମାନେ ଭୀମଧାର ଝରଣାର ଗାଧୋଉ ଥିବାବେଳେ ମୃତ ଯୁବକ ଭାସି ଯାଇ ଏକ ପଥରରେ ଫସି ଯାଇଥିଲେ। ସେଠାରୁଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା।