ପଳାଶୁଣୀ ଓଭରବ୍ରିଜରେ ସିଏନଜି ଟ୍ୟାଙ୍କର ଲିକ୍, ପରିସ୍ଥିତିକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ | News Room Odisha

ପଳାଶୁଣୀ ଓଭରବ୍ରିଜରେ ସିଏନଜି ଟ୍ୟାଙ୍କର ଲିକ୍, ପରିସ୍ଥିତିକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ଵର ପଳାଶୁଣୀ ଓଭରବ୍ରିଜ ଉପରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ଏକ ସିଏନଜି ଟ୍ୟାଙ୍କରରେ ଲିକ୍ ହେବା ଯୋଗୁଁ ଆତଙ୍କ ସୃଷ୍ଟି ହୋଇଥିଲା। ତେବେ ଅଗ୍ନିଶମ ବାହିନୀର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତ କରିଥିଲେ । ସିଏନଜି ଲିକେଜ ଭଲ୍ଭ ବନ୍ଦ କରାଯିବା ସହ ଗାଡିକୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା ।