ମନ୍ଦିରରେ ଚାଲିଛି ଅଣସର ନୀତି | News Room Odisha

ମନ୍ଦିରରେ ଚାଲିଛି ଅଣସର ନୀତି

ମନ୍ଦିରରେ ଚାଲିଛି ଅଣସର ନୀତି । ଗୁପ୍ତନୀତି ରେ ସମ୍ପର୍ଣ୍ଣ ହେଉଛି ଶ୍ରୀଜୀଉ ଙ୍କ ଦୈନନ୍ଦିନ ସେବାପୁଜା। ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ଵରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନେ ବର୍ତ୍ତମାନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ l ଏହି କାଳକୁ ଅଣସର ବା ଅନବସର ସମୟ କୁହାଯାଏ l ସ୍ନାନ ଯାତ୍ରା ପରେ ପରମ୍ପରା ଅନୁସାରେ ଅନବସର ନୀତି ପାଳିତ ହୋଇଥାଏ l ଏହି ପ୍ରସିଦ୍ଧ ପାର୍ବଣ ର ଯେତେ ବିଧି ବିଧାନ ଅଛି ତାକୁ ସାଧାରଣ ରେ ୬ ଭାଗ ରେ ବିଭକ୍ତ କରାଯାଇଛି l ପ୍ରଥମ ହେଲା ସ୍ନାନ ଯାତ୍ରା, ଦ୍ବତୀୟ ଅନବସର , ତୃତୀୟ ଶ୍ରୀ ଗୁଣ୍ଡିଚା , ଚତୁର୍ଥ ଆଡ଼ପ , ପଞ୍ଚମ ବାହୁଡ଼ା , ଷଷ୍ଟ ନୀଳାଦ୍ରୀବିଜେ ଆକୁ ଷଡାଙ୍ଗ ସଂସ୍କାର କୁହାଯାଏ l

ଯଥା ଦେହୀ ତଥା ଦେବେ ନ୍ୟାୟରେ ଆମ ଶରୀର ଭିତରେ ୬ ଟି ଭଲ ଜିନିଷ ଅଛି ଯଥା ସୌନ୍ଦର୍ୟ୍ଯ , ବିର୍ଯ୍ୟ ,ଓଦାର୍ଯ୍ୟ , ଗାମ୍ପୀର୍ଯ୍ୟ , ମାଧୁର୍ଯ୍ୟ , ଐସୁର୍ଯ୍ୟ । ସେହିପରି ଆଉ ୬ ଟି ଖରାପ ଜିନିଷ ମଧ୍ୟ ଆମ ଭିତରେ ପୁରି ରହିଛି ଯଥା କାମ, କ୍ରୋଧ, ଲୋଭ , ମୋହ , ମଦ , ମାସଚୁର୍ଯ୍ୟ l ଏ ସବୁ ୬ ର ସମାହାର ମଣିଷର ଯେତେବେଳ ଜୀବନ ସରିଯିବ ଜୀବନ ବ୍ୟାପି ସାଧନା ସରିଯାଏ ୬ ଖଣ୍ଡି କାଠରେ ତାକୁ ନିଆଯିବ ୫ ହେବନି କି ୭ ହେବନି ୬ଖଣ୍ଡି କାଠରେ ତାକୁ ନିଆଯାଏ l

ଷଡାଙ୍ଗ ବିଧି ଭିତରେ ପାଳିତ ହୁଏ ଅଣସର ନୀତି l ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉ ମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାରକରି ଭଣ୍ଡାର ମେକାପ ଙ୍କୁ ହସ୍ତାନ୍ତର କରିଥାନ୍ତି lତତ୍ପରେ କୋଠ ସୁଆଁସିଆ ମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବେଢ଼ି ଦିଅନ୍ତି ଏବଂ ଧୁକୁଡି ଦ୍ୱାର ବାଟେ ଏକ ଚୋରା କବାଟ ରଖିଥାନ୍ତି l ଜଗମୋହନ ଏହି ବାଉଁଶ ତାଟି ରେ ୨ ଭାଗ ରେ ବିଭକ୍ତ ହୋଇ ଯାଇଥାଏ l ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗ ରେ ଏକ ଖଟ ରଖା ଯାଇଥାଏ l ଏହାପୂର୍ବରୁ ଚିତ୍ରକାର ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ରଖିଥାନ୍ତି l ପଟ୍ଟି ଠାକୁର ଙ୍କ ସାମନା ରେ ଦଶବତାର ପୂଜା ପାଇଥାନ୍ତି। ଅଣସର ନୀତି ପନ୍ଦର ଦିନ ପାଳିତ ହୋଇଥାଏ।ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ କିଛି ବିଶେଷ ସେବା ଦଇତାପତି ଙ୍କ ଦ୍ଵାରା ସମାପନ ହେବା ପରେ ପୂଜା ପଣ୍ଡା ଙ୍କ ବଦଳରେ ପତି ମହାପାତ୍ର ଭିତରେ ନୈବେଦ୍ୟ ଅର୍ପଣ କରିଥାନ୍ତି। ଏହି ସମୟରେ ଶ୍ରୀଅଙ୍ଗରେ କେବଳ ସୁବାସିତ ଶୁକ୍ଳ ପୁଷ୍ପ ଲାଗି ହୋଇଥାଏ।