ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପୁଣି ବୁଡିଲା ଦେଶୀ ଡଙ୍ଗା , ୨ ନାବାଳକ ନିଖୋଜ | News Room Odisha

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପୁଣି ବୁଡିଲା ଦେଶୀ ଡଙ୍ଗା , ୨ ନାବାଳକ ନିଖୋଜ

ମାଲକାନଗିରି – ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡିଯିବାରୁ ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି । ମାଲକାନଗିରି ଜିଲ୍ଲା ଖିଇରପୁଟ ବ୍ଳକରେ ଜଳଭଣ୍ଡାରର ଉପରପାର୍ଶ୍ୱ କେନାଲରେ ଏହି ଘଟଣା ଘଟିଛି । ନିଖୋଜ ନାବାଳକମାନେ ହେଲେ ଦିଣ୍ଡିଗୁଡ଼ା ଗାଁର ସଞ୍ଜିତ ଖିଡ଼ଙ୍ଗି ଓ ବଳରାମ ଖିଡ଼ିଙ୍ଗି ।

ସଞ୍ଜିତ ଓ ବଳରାମ ସେମାନଙ୍କର ଆଉ ତିନି ଜଣ ସାଙ୍ଗଙ୍କ ସହିତ ଗତକାଲି ଭୋଜି ଖାଇବା ପାଇଁ ଦେଶୀ ଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ପାର ହୋଇ ଆନ୍ଧ୍ର ପ୍ରଦେଶର ପାଡ଼ାଲପୁଟ ଗାଁକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେମାନେ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ୱରେ ଥିବା କେନାଲ ଦେଇ ଡଙ୍ଗାରେ ଫେରୁଥିଲେ। ପବନ ଓ ପାଣିର ସ୍ରୋତ ମଧ୍ୟ ପ୍ରଖର ଥିବା ଯୋଗୁଁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଅନ୍ୟ ତିନି ଜଣ ପହଁରି କୂଳରେ ପହଞ୍ଚିଥିଲେ ମଧ୍ୟ ସଞ୍ଚିତ ଓ ବଳରାମ ବୁଡି ଯାଇଥିଲେ । ଗାଁ ଲୋକେ ଖବର ପାଇ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ନାବାଳକ ମିଳିନାହାନ୍ତି ।