ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଯାତ୍ରୀଙ୍କ ଆତ୍ମୀୟଙ୍କୁ ଚାକିରି ଯୋଗାଇଦେବେ କିଟ୍ ଓ କିସର ପ୍ରତିଷ୍ଠାତା । ଏହାଛଡା ମୃତକଙ୍କ ପରିବାରର ପିଲାମାନଙ୍କୁ ଯୋଗ୍ୟତା ଭିତ୍ତିରେ ମାଗଣା ଶିକ୍ଷା ପାଇଁ ବି ପ୍ରସ୍ତାବ ଦେଇଛନ୍ତି ଅଚ୍ୟୁତ ସାମନ୍ତ ।