ଭଙ୍ଗା ଗଲା ବାହାନଗା ସ୍କୁଲ | News Room Odisha

ଭଙ୍ଗା ଗଲା ବାହାନଗା ସ୍କୁଲ

ବାଲେଶ୍ଵର – ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲକୁ ଭଙ୍ଗାଯାଇଛି । ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଆଜି ସକାଳେ ସ୍କୁଲ ଘର ଭଙ୍ଗାଯାଇଛି। ଦୁର୍ଘଟଣା ପରେ ହାଇସ୍କୁଲରେ ଶତାଧିକ ମୃତଦେହ ରଖାଯାଇଥିଲା । ଛୁଟି ପରେ ପିଲାମାନେ ସ୍କୁଲ ଯିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ପିଲାଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି ହୋଇଛି ବୋଲି ଅଭିଭାବକମାନେ କହିଥିଲେ । ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ସ୍କୁଲ ଘର ଭାଙ୍ଗିବା ପାଇଁ ପଦକ୍ଷେପ ନେଇଛନ୍ତି।

ଦୁର୍ଘଟଣାପରେ ମୃତଦେହ ସ୍କୁଲରେ ରଖାଯାଇଥିବାରୁ ପିଲାମାନଙ୍କ ମଧ୍ୟରେ ଟିକେ ଭୟ ରହିଛି। ଏଥିପାଇଁ ସ୍କୁଲ ଘରକୁ ଭାଙ୍ଗିଦେବାକୁ ସ୍କୁଲ ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ଅଗଗତ କରିଥିଲା। ପରେ ଜିଲ୍ଲା ପ୍ରଶାସନ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଜଣାଇଥିଲା।ଏହା ରାଜ୍ୟ ସରକାର ସ୍କୁଲ ଘର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ।