ରେଳ ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କ ପାଇଁ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପକ୍ଷରୁ ସିଏମଆରଏଫକୁ ୧ ଲକ୍ଷ ଟଙ୍କା ପ୍ରଦାନ | News Room Odisha

ରେଳ ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କ ପାଇଁ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପକ୍ଷରୁ ସିଏମଆରଏଫକୁ ୧ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର -ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କୁ ସାହାଯ୍ୟାର୍ଥେ ଆଜି ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ଅଧ୍ଯକ୍ଷ ରଞ୍ଜନ କୁମାର ସ୍ବାଇଁ ବେସିକ୍‌ ସାଇନ୍‌ସ ବିଭାଗୀୟ ମୁଖ୍ୟ ଡଃ. ଚିତ୍ତରଞ୍ଜନ ମଲ୍ଲିକ, ସିଭିଲ ଇଂଜିନିୟରିଂ ବିଭାଗ ମୁଖ୍ୟ ପ୍ରଫେସର ଚିରରଞ୍ଜନ ମହାନ୍ତି ପ୍ରମୁଖ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥୂଲେ ।