ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ , ବୌଦ୍ଧ ଉତ୍ତପ୍ତ ସହର | News Room Odisha

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ , ବୌଦ୍ଧ ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୪୨.୯ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ହୋଇଛି।

ଝାରସୁଗୁଡ଼ାରେ ୪୨.୬ଂ, ନୂଆପଡ଼ା ୪୧.୪ଂ, ସୁବର୍ଣ୍ଣପୁରରେ ୪୧.୩ଂ ହୀରାକୁଦରେ ୪୧.୧ଂ, ରାଉରକେଲାରେ ୪୦.୬ଂ, ଭଦ୍ରକରେ ୪୦.୫ଂ ତାପମାତ୍ରା ରେକର୍ଡ ହୋଇଛି। ଯାଜପୁରରେ ୪୦.୨ଂ, ସୁନ୍ଦରଗଡ଼ ଓ ବରଗଡ଼ରେ ତାପମାତ୍ରା ୪୦ଂ ରେକର୍ଡ କରାଯାଇଛି। ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୭ଂ ରହିଥିବା ବେଳେ କଟକରେ ତାତି ଥିଲା ୩୭.୮ଂ ।