ଏଥର ଡେରିରେ ଓଡ଼ିଶା ଆସିବ ମୌସୁମୀ | News Room Odisha

ଏଥର ଡେରିରେ ଓଡ଼ିଶା ଆସିବ ମୌସୁମୀ

ଭୁବନେଶ୍ୱର – କେରଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଡେରିରେ ଆସିଥିବାରୁ ଓଡ଼ିଶାରେ ମଧ୍ୟ ଏଥର ଏହାର ଆଗମନ ବିଳମ୍ବିତ ହୋଇପାରେ । ସାଧାରଣତଃ ଓଡ଼ିଶାକୁ ଜୁନ ୧୨ ସୁଦ୍ଧା ମୌସୁମୀ ଆସିଥାଏ, କିନ୍ତୁ ଏଥର ଡେରି ହେବ । ୧୫ ତାରିଖ ବା ପରେ ହିଁ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ କେଉଁ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବ, ତାହା ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ ।

ଏଣେ ରାଜ୍ୟରେ ଏବେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରା ସହ ଗୁଳୁଗୁଳିରେ ଜନସାଧାରଣ କଲବଲ ହେଉଛନ୍ତି । ଅସ୍ତବ୍ୟସ୍ତ କରିଛି ଜନଜୀବନ । ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି । କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।