ଗ୍ରୀଷ୍ମ ପ୍ରବାହ ଜାରି : ଦିନ ସାଢେ ୨ଟା ସୁଦ୍ଧା ୪୪ ଡିଗ୍ରୀ ସେଲସିୟସ ସହ ସମ୍ବଲପୁର ଉତ୍ତପ୍ତ ସହର | News Room Odisha

ଗ୍ରୀଷ୍ମ ପ୍ରବାହ ଜାରି : ଦିନ ସାଢେ ୨ଟା ସୁଦ୍ଧା ୪୪ ଡିଗ୍ରୀ ସେଲସିୟସ ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର – ସାରାରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପ୍ରବଳ ତାତି ଓ ଗୁଳୁଗୁଳିରେ ଦୁର୍ବିସହ ହୋଇଛି ସାଧାରଣ ଜୀବନଯାତ୍ରା। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଖରାତାତିରେ ଲୋକେ ବ୍ୟତିବ୍ୟସ୍ତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ଦାଉ ସାଧୁଛି ଗୁଳୁଗୁଳି । ଆଜି ସାଢେ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ୪୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏହାପଛକୁ ରହିଥିଲା ହୀରାକୁଦ। ଏଠାରେ ତାପମାତ୍ରା ଥିଲା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ। ଝାରସୁଗୁଡାରେ ୪୩.୪ ଓ ରାଜଧାନୀ ଭୁବନେଶ୍ଵରରେ ୩୭. ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଦିନ ସାଢେ ୨ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା

ସମ୍ବଲପୁର: ୪୪ ଡ଼ିଗ୍ରୀ

ହୀରାକୁଦ:୪୩.୮ ଡ଼ିଗ୍ରୀ

ଝାରସୁଗୁଡା:୪୩.୪ ଡ଼ିଗ୍ରୀ

କେନ୍ଦୁଝର:୩୨.୬ ଡ଼ିଗ୍ରୀ

ଭୁବନେଶ୍ୱର:୩୭.୮ ଡ଼ିଗ୍ରୀ

ଗୋପାଳପୁର: ୩୫.୨ ଡ଼ିଗ୍ରୀ

ପୁରୀ: ୩୫ ଡ଼ିଗ୍ରୀ

ଚାନ୍ଦବାଲି: ୩୪.୨ ଡ଼ିଗ୍ରୀ

ବାଲେଶ୍ୱର: ୩୩.୨ ଡ଼ିଗ୍ରୀ

ପାରାଦୀପ: ୩୩ ଡ଼ିଗ୍ରୀ