ରାଜ୍ୟରେ ଆଉ କିଛି ଦିନ ଜାରି ରହିବ ଗରମ ଓ ଗୁଳୁଗୁଳି, ପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ୮ଟି ଜିଲ୍ଲାକୁ ସତର୍କତା | News Room Odisha

ରାଜ୍ୟରେ ଆଉ କିଛି ଦିନ ଜାରି ରହିବ ଗରମ ଓ ଗୁଳୁଗୁଳି, ପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ୮ଟି ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର – ପ୍ରବଳ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳୁନାହିଁ। ପଶ୍ଚିମରେ ଭୀଷଣ ଖରା ତାତି ଓ ଉପକୂଳରେ ଅସହ୍ୟ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏଭଳି ସ୍ଥିତି ଆଉ କିଛି ଦିନ ଲାଗିରହିବ । ଆଜି ବି କିଛି ଜିଲ୍ଲାରେ ପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବରଗଡ଼, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କତା ଜାରି କରାଯାଇଛି। ୧୩ ତାରିଖ ଯାଏ ରାଜ୍ୟରେ ଏହିଭଳି ଖରା, ଗରମ ଜାରି ରହିବା ସହ ଏହି ୮ ଜିଲ୍ଲା ପାଇଁ ଅଂଶୁଘାତ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଜିଲ୍ଲାଗୁଡିକରେ ଗୁଳୁଗୁଳି ସ୍ଥିତି ଜାରି ରହିବ ।