ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ | News Room Odisha

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ରାଷ୍ଟ୍ର ନିର୍ମାଣ ରେ ଯୁବ ପ୍ରସ୍ତୁତି ପଶିକ୍ଷଣ କାର୍ଯ୍ୟକ୍ରମ ର ଏକାଦଶ ସପ୍ତାହରେ ମାଁ ବାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆରମ୍ଭ ହୋଇଥଲା ପ୍ରଶିକ୍ଷଣ। ଆଜିର ପ୍ରଶିକ୍ଷିକ ପ୍ରାକ୍ତନ ଅଧ୍ୟକ୍ଷ ଶିବଶଙ୍କର ଷଡ଼ଙ୍ଗୀ ଯୋଗାଯୋଗ କୌଶଳ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ଆମ ଦୈନଦିନ ଜୀବନର ଆମେ ନିଜର ଭାବକୁ ପ୍ରକାଶ କରିବା ପାଇଁ ଯୋଗାଯୋଗ ର ମାଧ୍ୟମ ଯଥା ମୌଖିକ,ଲିଖିତ ଓ ଭାବଭଙ୍ଗୀର ବିଭିନ୍ନ ଦିଗ ଉପରେ ଉଦାହରଣ ସହ ବିଷଦ ଆଲୋଚନା କରଥିଲେ।ଚା ପାନ ବିରତି ପରେ ଦ୍ବିତୀୟ ଅଧିବେଶନ କୁ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା ଆରମ୍ଭ କରି, ପିଲାଙ୍କ ସହ ପ୍ରତ୍ୟକ୍ଷ ବାର୍ତ୍ତାଲାପ ଜରିଆରେ “ଆସ ସଂବଲପୁର କୁ ଜାଣିବା” ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଜ଼ରିଆ ରେ ସବଲପୁର ର ଐତିହ୍ୟ,ସାମାଜିକ ସ୍ଥିତି, ସଂସ୍କୃତି ଓ ମହାପୁରୁଷ ମାନଙ୍କ ଜୀବନୀ ସମ୍ବନ୍ଧରେ ପିଲାଙ୍କୁ ତଥ୍ୟଭିତ୍ତିକ ଭିଡିଓ ପ୍ରଦର୍ଶନ ମାଧ୍ୟମ ରେ ଅବଗତ କରେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ପିଲାମାନେ ଖୁବ ଉତ୍ସାହ ର ସହିତ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କୁ ପ୍ରେରିତ କରିବା ପାଇଁ ଅନୁଷ୍ଠାନ ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର, ପ୍ରଫେସର ମୁରଲୀ ପ୍ରେମନାଥ ନାୟକ, ଭିସୁଟରୁ ଡ଼, ମନୋଜ କୁମାର ପଟେଲ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ଉଦିତ ଚନ୍ଦ୍ର ପାଟ୍ଟଯୋଶୀ ସମେତ ଡାକ୍ତର ଜୟଦେବ ମେହେର, ଗୋଳକ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। ବୈଷୟିକ ସହାୟତା ପାଇଁ ଅଭିନଂଦନ ତ୍ରିପାଠୀ, ବିଜୟ ସାହୁ ଓ ସୁନନ୍ଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶିବିର ରେ ମୋଟ ୧୭ଟି ହାଇସ୍କୁଲ ର ୨୭ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।