ବଉଳଝୋଳିରେ ବେଆଇନ ପିଚୁ ପ୍ଲାଣ୍ଟ୍ ସିଲ୍ | News Room Odisha

ବଉଳଝୋଳିରେ ବେଆଇନ ପିଚୁ ପ୍ଲାଣ୍ଟ୍ ସିଲ୍

କୁକୁଡାଖଣ୍ଡି: ଏହି ବ୍ଲକ୍ ତଥା ସଦର ଥାନା ଅନ୍ତର୍ଗତ ବଉଳଝୋଳିରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲିଥିବା ପିଚୁ ମିକ୍ସ ପ୍ଲାଣ୍ଟକୁ ସିଲ୍ କରି ଦିଆଯାଇଛି। ପ୍ରଦୂଷଣ ବୋର୍ଡର ବିନା ଅନୁମତିରେ ଏହି ପ୍ଲାଣ୍ଟ୍ ଚାଲିଥିବା ବେଳେ ମାଲିକ ବାଲ୍ୟରାମ ଦଳାଇ ଯେକି ଗୋପାଳପୂର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅତି ନିକଟତର ଭାବେ ପରିଚିତ ସେ ସବୁ ନିୟମ ଉଲ୍ଲଂଘନ କରି ପ୍ଲାଣ୍ଟ୍ ପରିଚାଳନା କରି ଆସୁଥିଲେ। କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ପୋଲିସ ଓ ପ୍ରଦୂଷଣ ବୋର୍ଡ କର୍ମଚାରୀଙ୍କ ଏକ ଟିମ୍ ସହ ଚଢ଼ାଉ କରିଥିଲେ। ନିୟମ ଉଲ୍ଲଂଘନ କରି ପ୍ଲାଣ୍ଟ୍ ଚଳାଇବା, ପ୍ରଦୂଷଣ ଖେଳାଇବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଲ୍ୟରାମ ଜଣେ ଠିକାଦାର ଥିବା ବେଳେ ବଉଳଝୋଳି ଠାରେ ନିଜର ଏକ ପିଚୁ ପ୍ଲାଣ୍ଟ ବସାଇ ପ୍ରତିଦିନ ଶତାଧିକ ଟ୍ରକ୍ ପିଚୁ ଏଠାରେ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ପଠାଉଥିଲେ ବୋଲି ଅଭିଯୋଗ ହୋଇଛି।