ବାହାନଗା ଟ୍ରେନ ଦୁର୍ଘଟଣାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି: ସ୍ଥାନୀୟ ଲୋକଙ୍କ ଦ୍ବାରା ଦଶାହ କର୍ମ | News Room Odisha

ବାହାନଗା ଟ୍ରେନ ଦୁର୍ଘଟଣାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି: ସ୍ଥାନୀୟ ଲୋକଙ୍କ ଦ୍ବାରା ଦଶାହ କର୍ମ

ବାଲେଶ୍ବର – ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ଆଜି ଦଶ ଦିନ ପୂରିଛି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଆଜି ବାହାନଗା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆାରେ ଦଶାହ କର୍ମ ଅନୁଷ୍ଠିତ ହେଉଛି। ଶତାଧିକ ସ୍ଥାନୀୟ ଲୋକ ମୁଣ୍ଡନ ହୋଇଛନ୍ତି। ସର୍ବଧର୍ମ ପ୍ରାର୍ଥନା ସଭା ମଧ୍ୟ ଆୟୋଜିତ ହେଉଛି । ପରେ ଏକାଦଶାହ କର୍ମ ଓ ପ୍ରୀତିଭୋଜନର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠାରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ସଂକୀର୍ତ୍ତନ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।