ରଥଯାତ୍ରା ବେଳେ ପୁରୀରେ ଡ୍ରୋନ ଉଡାଣ ଉପରେ ପୋଲିସର କଟକଣା | News Room Odisha

ରଥଯାତ୍ରା ବେଳେ ପୁରୀରେ ଡ୍ରୋନ ଉଡାଣ ଉପରେ ପୋଲିସର କଟକଣା

ପୁରୀ – ରଥଯାତ୍ରା ବେଳେ ଡ୍ରୋନ ଉଡ଼ାଣ ନେଇ କଟକଣା ଜାରି କରିଛି ପୁରୀ ପୋଲିସ । କଟକଣା ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ତିନି ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ କେହି ଡ୍ରୋନ ଉଡ଼ାଇପାରିବେ ନାହିଁ । ପୂର୍ବରୁ ଏହି ନିୟମ ଉଲ୍ଲଙ୍ଘନ କରି ଜଣେ ୟୁଟ୍ୟୁବର ଗିରଫ ହୋଇଥିଲେ। ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି। ଯଦି କେହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ଡ୍ରୋନ ରୁଲ୍‌ ଅନୁସାରେ ଦଣ୍ଡିତ ହେବେ ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି।