ଗ୍ରୀଷ୍ମ ପ୍ରବାହ ଜାରି: ୪୦ ଡିଗ୍ରୀ ଉପରେ ରାଜ୍ୟର ୩୦ ସହର, ୪୪.୫ ସହ ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ | News Room Odisha

ଗ୍ରୀଷ୍ମ ପ୍ରବାହ ଜାରି: ୪୦ ଡିଗ୍ରୀ ଉପରେ ରାଜ୍ୟର ୩୦ ସହର, ୪୪.୫ ସହ ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଆଗାମୀ ୩-୪ ଦିନ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ ନାହିଁ । ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ସ୍ୱାଭାବିକ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ ଅଧିକ ରହିବ । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩ ଦିନ ପାଇଁ ଜାରି କରାଯାଇଛି ହିଟ୍ ୱେଭ ୱାର୍ଣ୍ଣିଂ ।

ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ରାଜ୍ୟର ୩୦ ସହର । ୪୪.୫ ଡିଗ୍ରୀ ସହ ବଲାଙ୍ଗିର ଓ ବରଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡ଼ାରେ ୪୪.୪, ସୋନପୁରରେ ୪୪.୩, ସମ୍ବଲପୁରେ ୪୩.୬,ବୌଦ୍ଧରେ ୪୩.୫, ହୀରାକୁଦରେ ୪୩.୧,
ସୁନ୍ଦରଗଡ଼, ଭବାନୀପାଟଣା ଓ ଟିଟିଲାଗଡରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୪୨.୬ ଓ କଟକରେ ତାତି ୪୧.୬ ଡିଗ୍ରୀ ସେଲସିୟସ ରହିଛି।