ଜୁନିଅର ମହିଳା ଏସିଆ କପ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ଜୁନିଅର ମହିଳା ଏସିଆ କପ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଜୁନିୟର ମହିଳା ଏସିଆ କପ୍ ହକି ଜିତିଥିବିରୁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତ, ଦକ୍ଷିଣ କୋରିଆକୁ ହରାଇ ଚାମ୍ପିଅନ ହୋଇଛି । ଭାରତୀୟ ଦଳ ଆଗକୁ ମଧ୍ୟ ଏଭଳି ସଫଳତା ହାସଲ କରିବା ସହ ଦେଶ ପାଇଁ ଅଧିକରୁ ଅଧିକ ସମ୍ମାନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଭଲ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।