ବାହାନଗା ଟ୍ରେନ ଦୁର୍ଘଟଣା: ଚିହ୍ନଟ ନହେବା ଯାଏଁ କଣ୍ଟେନରରେ ରହିବ ମୃତଦେହ | News Room Odisha

ବାହାନଗା ଟ୍ରେନ ଦୁର୍ଘଟଣା: ଚିହ୍ନଟ ନହେବା ଯାଏଁ କଣ୍ଟେନରରେ ରହିବ ମୃତଦେହ

ଭୁବନେଶ୍ୱର – ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇନଥିବା ମୃତଦେହ ଡିସପୋଜ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚିହ୍ନଟ ନହେବା ଯାଏଁ କଣ୍ଟେନରରେ ମୃତଦେହ ରଖାଯିବ ।

ଡିଏନଏ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି, ରିପୋର୍ଟ କେବେ ଆସିବ ସେନେଇ ସ୍ପଷ୍ଟତା ନାହିଁ । ଭୁବନେଶ୍ୱର ଏମ୍ସରେ ଏବେ ୮୧ଟି ମୃତଦେହ ରହିଛି । ମୃତଦେହ ନେବା ପାଇଁ ୭୫ ଜଣ ଦାବିଦାର ଅଛନ୍ତି, ସମସ୍ତଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି ।