ପ୍ରଚଣ୍ଡ ରୌଦ୍ରତାପ : ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ପାର, ରାଜଧାନୀରେ ପାରା ୪୩ ଟପିଲା | News Room Odisha

ପ୍ରଚଣ୍ଡ ରୌଦ୍ରତାପ : ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ପାର, ରାଜଧାନୀରେ ପାରା ୪୩ ଟପିଲା

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ଲୋକଙ୍କୁ କଲବଲ କରୁଛି । ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁରରେ ତାପମାତ୍ରା ଥିଲା ୪୫.୩ ଡିଗ୍ରୀ ସେଲସିୟସ । ହୀରାକୁଦର ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ଥିଲା । ଭୁବନେଶ୍ୱରର ତାପମାତ୍ରା ଥିଲା ୪୩ ଦଶମିକ ୮ ଡିଗ୍ରୀ ସେଲସିୟସ ।

ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ତଳେ ଦିଆଗଲା।

ସମ୍ବଲପୁର: ୪୫.୩ ଡିଗ୍ରୀ

ହୀରାକୁଦ : ୪୪. ୪ ଡିଗ୍ରୀ

ଭୁବନେଶ୍ୱର: ୪୩.୮ ଡିଗ୍ରୀ

ଝାରସୁଗୁଡା: ୪୨.୪ ଡିଗ୍ରୀ

କେନ୍ଦୁଝର: ୪୦ ଡିଗ୍ରୀ

ଚାନ୍ଦବାଲି: ୩୯ ଡିଗ୍ରୀ

ବାଲେଶ୍ୱର: ୩୭.୪ ଡିଗ୍ରୀ

ପୁରୀ: ୩୬.୪ ଡିଗ୍ରୀ

ଗୋପାଳପୁର:୩୪.୬ ଡିଗ୍ରୀ

ପାରାଦୀପ: ୩୪ ଡିଗ୍ରୀ