ଉପକୂଳ ଓଡ଼ିଶାରେ କାଳବୖଶାଖୀ ଯୋଗୁଁ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି, ପଶ୍ଚିମରେ ସ୍ଥିତି ଅପରିବର୍ତ୍ତିତ | News Room Odisha

ଉପକୂଳ ଓଡ଼ିଶାରେ କାଳବୖଶାଖୀ ଯୋଗୁଁ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି, ପଶ୍ଚିମରେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ୱର – କିଛି ଦିନର ପ୍ରଖର ଗ୍ରୀଷ୍ମ ପ୍ରବାହ ପର ଉପକୂଳ ଓଡ଼ିଶାରେ ପାଗରେ ଆଜି ପରିବର୍ତ୍ତନ ଦେଖିବାକୁ ମିଳିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ କାଳବୖଶାଖୀ ପ୍ରଭାବରେ ଝିପି ଝିପି ବର୍ଷା ସହ ପବନ ଜାରି ରହିଛି । ଆଜି ଉପକୂଳ ଓଡ଼ିଶାରେ ସାରାଦିନ ଆକାଶ ମେଘାଚ୍ଛନ୍ନ ରହିବ । ଝିପି ଝିପି ବର୍ଷାରୁ ଅସହ୍ୟ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତି । ଆଜି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସିଭିୟର ହିଟ୍ ଓ୍ବେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେହିପରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।