ଢେଙ୍କାନାଳ ଟାଟା ଷ୍ଟିଲ ପାୱାର ପ୍ଲାଣ୍ଟ ବ୍ଲାଷ୍ଟ ଫର୍ଣ୍ଣାସରେ ଦୁର୍ଘଟଣା, ୧୯ ଶ୍ରମିକ ଆହତ | News Room Odisha

ଢେଙ୍କାନାଳ ଟାଟା ଷ୍ଟିଲ ପାୱାର ପ୍ଲାଣ୍ଟ ବ୍ଲାଷ୍ଟ ଫର୍ଣ୍ଣାସରେ ଦୁର୍ଘଟଣା, ୧୯ ଶ୍ରମିକ ଆହତ

ଢେଙ୍କାନାଳ – ଢେଙ୍କାନାଳ କଣ୍ଟାବଣିଆ ମେରାମଣ୍ଡଳୀ ଟାଟାଷ୍ଟିଲରେ ଅଘଟଣ । ବ୍ଲାଷ୍ଟ ଫର୍ଣ୍ଣାସରୁ ଗ୍ୟାସ ଲିକ ହୋଇ ଦୁର୍ଘଟଣା ଘଟିଥିବାରୁ ୧୯ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ କୁହାଯାଉଛି । କିଛି ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣାସରେ ଗ୍ୟାସ ଲିକ ହୋଇ ଦୁର୍ଘଟଣା ଘଟିଥିଲା। ସମସ୍ତଙ୍କୁ ପ୍ରଥମେ କମ୍ପାନୀ ପରିସରରେ ଥିବା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।