ପଶ୍ଚିମ ଓଡ଼ିଶାରେ ତାତିରୁ ନିସ୍ତାର ନାହିଁ , ସାଢେ ୨ଟା ସୁଦ୍ଧା ୪୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର | News Room Odisha

ପଶ୍ଚିମ ଓଡ଼ିଶାରେ ତାତିରୁ ନିସ୍ତାର ନାହିଁ , ସାଢେ ୨ଟା ସୁଦ୍ଧା ୪୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ । ଆକାଶରୁ ସତେଯେମିତି ନିଆଁ ବର୍ଷା ହେଉଛି । ଦିନ ସାଢେ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ୪୪ ଡିଗ୍ରୀ ସେଲସିୟସ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡାରେ ତାପମାତ୍ରା ଥିଲା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ। ଆଜି ଅପରାହ୍ନ ସାଢେ ଦୁଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୩ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା

ସମ୍ବଲପୁର: ୪୪ ଡ଼ିଗ୍ରୀ
ଝାରସୁଗୁଡା: ୪୩.୪ ଡ଼ିଗ୍ରୀ
ହୀରାକୁଦ: ୪୨.୪ ଡ଼ିଗ୍ରୀ
ବାଲେଶ୍ୱର: ୩୯ ଡ଼ିଗ୍ରୀ
କେନ୍ଦୁଝର: ୩୮.୨ ଡ଼ିଗ୍ରୀ
ଚାନ୍ଦବାଲି: ୩୫ ଡ଼ିଗ୍ରୀ
ଭୁବନେଶ୍ୱର: ୩୩.୨ ଡ଼ିଗ୍ରୀ
ପାରାଦୀପ: ୩୧.୮ ଡ଼ିଗ୍ରୀ
ଗୋପାଳପୁର: ୩୧.୬ ଡ଼ିଗ୍ରୀ
ପୁରୀ: ୩୧ ଡ଼ିଗ୍ରୀ