ଯୁକ୍ତ ଦୁଇ ପରୀକ୍ଷାଫଳ: ଆଜିଠୁ ଅନଲାଇନ ପୁନଃ ଯାଞ୍ଚ ଆବେଦନ | News Room Odisha

ଯୁକ୍ତ ଦୁଇ ପରୀକ୍ଷାଫଳ: ଆଜିଠୁ ଅନଲାଇନ ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର – ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଜିଠାରୁ ପୁନଃ ଯାଞ୍ଚ ପାଇଁ ଅନଲାଇନ ଆବେଦନ କରିପାରିବେ। ଏହି ମାସ ୨୮ ତାରିଖ ହେଉଛି ଆବେଦନର ଶେଷ ତାରିଖ ।

ଆସନ୍ତା ୨୨ ତାରିଖରୁ ଜୁଲାଇ ୩ ତାରିଖ ମଧ୍ୟରେ ଉତ୍ତର ଖାତାର କପି ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲ୍‌ ନମ୍ବର କିମ୍ବା ଇ-ମେଲ୍‌ ଆଇଡିକୁ ଏକ ଲିଙ୍କ୍‌ ପଠାଯିବ। ଜୁଲାଇ ୪ ସୁଦ୍ଧା ଆବେଦନକାରୀ ଉତ୍ତର ଖାତା ଡାଉନଲୋଡ୍‌ ନ କରିପାରିଲେ ବା ଅନ୍ୟ କୌଣସି ସମସ୍ୟା ହେଲେ ସିଏଚ୍‌ଏସ୍‌ଇକୁ ଅବଗତ କରାଇପାରିବେ। ଜୁଲାଇ ୮ ତାରିଖ ମଧ୍ୟରେ coechserecheck@gmail ରେ ମେଲ୍‌ କରି ପିଲାମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିପାରିବେ। ଉତ୍ତର ଖାତା ଡାଉନଲୋଡ୍ କରିବା ପରେ ଜୁଲାଇ ୧୦ ସୁଦ୍ଧା ଅଭିଯୋଗ ଦାଖଲ କରିହେବ। ଆବେଦନକାରୀ ଏକାଧିକ ବିଷୟ ପାଇଁ ଆବେଦନ କରୁଥିଲେ ପୃଥକ ପୃଥକ ଭାବେ ଆବେଦନ କରିବେ।