ଜିଲ୍ଲାସ୍ତରୀୟ ଆମ୍ବ ଉତ୍ସବ "ଗାଁ ଆମ୍ବ ପସରା " ଉଦଘାଟିତ | News Room Odisha

ଜିଲ୍ଲାସ୍ତରୀୟ ଆମ୍ବ ଉତ୍ସବ “ଗାଁ ଆମ୍ବ ପସରା ” ଉଦଘାଟିତ

ସମ୍ବଲପୁର: ଆମ୍ରପଲ୍ଲୀ, ଲେଙ୍ଗଡ଼ା, ଦଶେରୀ, ମଲ୍ଲିକା, ବାଇଗଣପଲ୍ଲୀ, ସୁନ୍ଦରୀ ଏମିତି ଆହୁରି ଅନେକ ଭଳିକି ଭଳି ଆମ୍ବ ଦେଖିବାକୁ ପାଇବେ ଜେଲ ଛକ ସ୍ଥିତ ଆହାର କେନ୍ଦ୍ର ପ୍ରାଙ୍ଗଣରେ | ଜିଲ୍ଲା ପ୍ରଶାସନ ଏବଂ ଓରମାସ ର ମିଳିତ ସହଯୋଗ ରେ ଆୟୋଜିତ ଜିଲ୍ଲାସ୍ତରୀୟ ଆମ୍ବ ଉତ୍ସବ ଗାଁ ଆମ୍ବ ପସରା କୁ ଆଜି ଜିଲ୍ଲାପାଳ ଅନନ୍ୟା ଦାସ ଉଦଘାଟନ କରିଛନ୍ତି। ଏହି ଗାଁ ଆମ୍ବ ପସରା ୨୦ ଜୁନ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ଜିଲ୍ଲାର ଚାଷୀ ଉତ୍ପାଦନ କରିଥିବା ଭଳିକି ଭଳିକି ଆମ୍ବ ସୁଲଭ ମୂଲ୍ୟରେ ଲୋକ କିଣି ପାରିବେ। ସକାଳ ୮ ଟା ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଗାଁ ଆମ୍ବ ପସରା ଖୋଲା ରହିବ। ଆଜିର ଏହି ଉଦଘାଟନି କାର୍ଯ୍ୟକ୍ରମ ରେ ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ରମେଶ ହାଁସଦା, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଓରମାସ ର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଡିପିଏମ ଓଏଲଏମ ଡ଼. ପୁଷ୍ପଶ୍ରୀ ନାୟକ, ଡିପିଏମ ମିଶନଶକ୍ତି ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।