କଂଗ୍ରେସରେ ଯୋଗ ଦେବେ ସିନ୍ଧିଆ ସମର୍ଥକ | News Room Odisha

କଂଗ୍ରେସରେ ଯୋଗ ଦେବେ ସିନ୍ଧିଆ ସମର୍ଥକ

ଭୋପାଳ: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରୁ ନେତାଙ୍କ ଇସ୍ତଫା ଧାରା ଆରମ୍ଭ ହୋଇଯାଇଛି । କିଛି ଅସନ୍ତୁଷ୍ଟ ନେତା ଦଳ‌ ଛାଡ଼ି କଂଗ୍ରେସରେ ଯୋଗ ଦେଇପାରନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜଣେ ସମର୍ଥକ ବୈଜନାଥ ସିଂହ ଯାଦବ । ସେ ଆଜି କଂଗ୍ରେସରେ ସାମିଲ ହେବା ସମ୍ଭାବନା ରହିଛି । ସିନ୍ଧିଆଙ୍କ ସହ ବୈଜନାଥ ୨୦୨୦ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଭୋଟ୍ ବ୍ୟାଙ୍କ ହାତେଇବାକୁ ଉଦ୍ୟମ କରୁଛି କଂଗ୍ରେସ । ଏମାନଙ୍କ ମଧ୍ୟରେ ଅରୁଣ ଯାଦବ ପ୍ରମୁଖ ଭୂମିକା ତୁଲାଉଛନ୍ତି । ସେ ସାରା ରାଜ୍ୟରୁ ଯାଦବ ନେତାମାନଙ୍କୁ କଂଗ୍ରେସରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ପୂର୍ବରୁ ୟାଦବେନ୍ଦ୍ର ସିଂ ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ ।